ବିଶ୍ବବିଦ୍ୟାଳୟର ୧୦୮୭ ପଦ ଖାଲି କିନ୍ତୁ ନାଁକୁ ନେଇ ଚିନ୍ତା

ରେଭେନ୍ସାରେ ୧୫୭ ଅଧ୍ୟାପକ ପଦ ଖାଲି କିନ୍ତୁ ବିଧାନସଭା ଠାରୁ ଆରମ୍ଭ କରି ପୁରାତନ ବିଦ୍ୟାର୍ଥୀ, ବୁଦ୍ଧିଜୀବୀ, ଛାତ୍ର ସଙ୍ଗଠନନାମକରଣକୁ ନେଇ ଉତ୍ତେଜିତ ହେଉଛନ୍ତି। ଆହୁରି ଭୟଙ୍କର କଥା ହେଲା, କେବଳ ରେଭେନ୍ସା ନୁହେଁ ରାଜ୍ୟରେ ସ୍ଥିତ ୧୭ଟିବିଶ୍ବବିଦ୍ୟାଳୟର ସମୁଦାୟ ୧୮୦୦ ରୁ ୧୦୮୭ଟି ପଦ ଖାଲି ରହିଛି।

‘ଯେଉଁ ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ତାଙ୍କ ନାମରେ ବିଶ୍ବବିଦ୍ୟାଳୟ ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ’।  କଟକପୌର ନିଗମର ସ୍ବାୟତ୍ତ ଶାସନ ଯୋଗ ଦେବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏହି ପ୍ରସଙ୍ଗ ଉଠାନ୍ତେ ରାଜ୍ୟରେରେଭେନ୍ସାର ନାମକରଣକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଗଲା। ଉଭୟ ସମର୍ଥକ ଏବଂ ବିରୋଧୀ ନାମକରଣର ଯଥାର୍ଥତା ଏବଂନାମକରଣର ବିରୋଧ କରିବାକୁ ଯାଇ ଇତିହାସର ବିଭିନ୍ନ ନଥିପତ୍ର କବରରୁ ଖୋଳି ଆଣିଥିଲେ। ନାମକରଣ ପରିବର୍ତ୍ତନବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଲେ। ବାଲେଶ୍ବରରେ ଏବିଭିପିର ଜଣେ ଛାତ୍ର ନେତା ରେଭେନ୍ସାଙ୍କୁ ସମାଲୋଚନା କରିବାକୁଯାଇ ଫକୀରମୋହନଙ୍କୁ ଅପମାନିତ କରିବାକୁ ପଛାଇନଥିଲେ। ଏସବୁ ମଧ୍ୟରେ ଯାହା ଜମାରୁ ଆଲୋଚନା ପ୍ରସଙ୍ଗକୁ ଆସୁ ନାହିଁତାହେଲା ବର୍ଷାଧିକ ସମୟ ଧରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିବା ଯୋଗୁଁ ବିଶ୍ବବିଦ୍ୟାଳୟର ଖାଲି ପଡ଼ିଥିବା ପଦ ନେଇ ଆଲୋଚନାକୁ କେହିଗୁରୁତ୍ବହିଁ ଦେଉ ନାହାନ୍ତି। ଇଂରାଜୀ ନାମକରଣ ଥିବା ରେଭେନ୍ସାର ଯଦି ୨୬୭ରୁ ୧୫୭ ପଦ ଖାଲି ରହିଛି, ଓଡ଼ିଆ ଅସ୍ମିତାର ପ୍ରତୀକଓଡ଼ିଆ ବିଶ୍ବବିଦ୍ୟାଳୟର ସମସ୍ତ ୨୧ ପଦ ଖାଲି ରହିଛି। ଅବସ୍ଥା ଆହୁରି ସାଂଘାତିକ କିନ୍ତୁ ସମସ୍ତଙ୍କ ନଜର ଭିନ୍ନ ଆଡ଼କୁ ରହିଛି।ବର୍ତ୍ତମାନ ସ୍ଥିତି ଏଭଳି ଅଛି ଯେ ଜଣେ ପରେ ଜଣେ ପ୍ରାଧ୍ୟାପକ ଅବସର ନେଉଛନ୍ତି କିନ୍ତୁ ପାଖାପାଖି ୩ ବର୍ଷ ହେଲା ନୂତନ ନିଯୁକ୍ତିହେଉ ନାହିଁ। ଅନେକ ବିଶ୍ବବିଦ୍ୟାଳୟରେ ପିଏଚଡି ପାଇଁ ଗାଇଡ ନାହାନ୍ତି। ନ୍ୟାୟାଳୟର ରହିତାଦେଶକୁ ନେଇ ନିଯୁକ୍ତି ପ୍ରକ୍ରିୟାଅଟକି ରହିଛି। ନିର୍ବାଚନ ପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଗୋଟିଏ ରାଜ୍ୟରେ ଗୋଟିଏ ଦଳର ସରକାର ରହିଛି। ରେଭେନ୍ସାସହିତ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟର ଖାଲି ପ୍ରାଧ୍ୟାପକ ସମସ୍ୟାର ସମାଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଦେବା ବେଶି ଆବଶ୍ୟକଥିଲା ମାତ୍ର ନାମକରଣ ବିବାଦ ମଧ୍ୟରେ ଖାଲି ପଦର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହଜିଗଲା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ରାଜ୍ୟ ମୋହନସରକାରଙ୍କୁ ବିଶ୍ବବିଦ୍ୟାଳୟ ଖାଲି ପ୍ରାଧ୍ୟାପକ ପଦ ପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ନିମ୍ନୋକ୍ତ ତାଲିକା ପ୍ରଦାନ କରାଗଲା।

 

ବିଶ୍ବବିଦ୍ୟାଳୟ        ଅନୁମୋଦିତ ଫାକଲଟି ପଦ                 ଖାଲି ପଡ଼ିଥିବା ଫାକଲଟି ପଦ

ରେଭେନ୍ସା             ୨୬୭                                         ୧୫୭

ଉତ୍କଳ                 ୨୪୪                                         ୧୧୫

ସମ୍ବଲପୁର           ୧୩୫                                         ୬୪

ବ୍ରହ୍ମପୁର               ୧୮୨                                         ୮୯

ଏମଏସସିବି         ୧୧୫                                         ୬୫

ଏସଜେଏସ          ୩୮                                           ୧୮

ଏଫଏମ              ୧୧୭                                         ୪୭

ରମାଦେବୀ           ୧୩୭                                         ୭୬

ଜିଏମ                 ୧୪୪                                         ୭୩

ଖଲିକୋଟ          ୧୧୨                                         ୧୧୨

ଏମଏସ ଲ           ୫୦                                           ୫୦

ରାଜେନ୍ଦ୍ର               ୧୨୬                                         ୧୦୬

କଳାହାଣ୍ଡି             ୧୧୨                                         ୯୪

ଓଡ଼ିଆ                 ୨୧                                           ୨୧

ବିଶ୍ବବିଦ୍ୟାଳୟ

 

Scroll to Top