ଖଣି ପାଇଁ ବଳିପଡ଼ିବ ୨୩୬୮ ଏକରର ରାଜସ୍ବ ଜଙ୍ଗଲ

ରାଜ୍ୟରେ ସମ୍ପ୍ରସାରିତ ହେବ ୧୪୯ ଖଣି ଏବଂ କାରଖାନା। ଏଥିପାଇଁ ଅନୁମୋଦିତ ହୋଇଛି ୨୩୬୮.୫୫୩ ଏକରର ଜଙ୍ଗଲ କିସମ  ଏବଂ ୪୩୮୯୯.୩୮୫ ଏକରରଘରୋଇ ଜମି। ଆଗାମୀ ଦିନରେ ଶିଳ୍ପ ପ୍ରକଳ୍ପମାନଙ୍କ ପାଇଁ ସୁପାରିସ କରାଯାଇଥିବା ଜମି ଆଧାରରେ ୮୩୮୪.୯୮୧ ଏକରର ଘରୋଇ ଜମି ଅଧିଗ୍ରହଣର ଯୋଜନାରହିଥିବା ସୂଚନା ଦେଇଛି ରାଜ୍ୟ ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ। ବାଲେଶ୍ବର ଜିଲ୍ଲା ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଅଣତାରକାପ୍ରଶ୍ନରେ ଏହି ସୂଚନା ମିଳିଛି।

ବିଭାଗ କହିଛି, ଅନୁମୋଦିତ ହୋଇଥିବା ଜଙ୍ଗଲ କିସମ ଜମି ମଧ୍ୟରେ ରହିଛି, କଟକ ସ୍ଥିତ ପେଜ ଇଣ୍ଡଷ୍ଟ୍ରି ଲିମିଟେଡ୍ ପାଇଁ ୦.୭୫୯ ଏକର, ଦ ସୁପ୍ରିମ ଇଣ୍ଡଷ୍ଟ୍ରି ଲିମିଟେଡ୍ପାଇଁ ୧.୧୯୮ ଏକର, ଢେଙ୍କାନାଳ ସ୍ଥିତ ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନି ଲିମିଟେଡ ପାଇଁ ୨୯.୨୮୯ ଏକର, ଯାଜପୁର ସ୍ଥିତ ନିଳାଚଳ ଇସ୍ପାତ ପ୍ରାଇଭେଟ୍ ଲିମିଟେଡପାଇଁ ୨୧୩୬.୮୯୬ ଏକର, ଇମାମି ସିମେଣ୍ଟ ଲିମିଟେଡ ପାଇଁ ୨୦.୦୫୦, ଟାଟା ଷ୍ଟିଲ ଲିମିଟେଡ ପାଇଁ ୨୨.୩୩୦ ଏକର, ଝାରସୁଗୁଡ଼ା ସ୍ଥିତ ଭାରତ ପେଟ୍ରୋଲିୟମକର୍ପୋରେସନ ଲିମିଟେଡ ପାଇଁ ୯୭.୮୪୯ ଏକର, କଳାହାଣ୍ଡିର ବେଦାନ୍ତ ଲିମିଟେଡ (ପାଓ୍ବାର) ପାଇଁ ୩୭.୭୨୦ ଏକର, ଖୋର୍ଧା ସ୍ଥିତ ଓ୍ବାଣ୍ଡର୍ଲା ଆମ୍ବୁସମେଣ୍ଟ ପାର୍କ ପାଇଁ୧.୬୮୦ ଏକର, ଆରବିଆଇ ପାଇଁ ୦.୧୨୨ ଏକର, ସମ୍ବଲପୁର ସ୍ଥିତ ଶ୍ୟାମ ମେଟାଲିକ ଆଣ୍ଡ ଆନାର୍ଜି ଲିମିଟେଡ ପାଇଁ ୨୦.୬୬୦ ଏକର ରହିଛି। ବନ ବିଭାଗପରିଚାଳିତ ଜଙ୍ଗଲ ଜମି ଭଳି ରାଜସ୍ବ ବିଭାଗ ଅଧୀନସ୍ଥ ଜଙ୍ଗଲ କିସମ ଜମି ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏଠାରେ ମଧ୍ୟ ଅନେକ ମୂଲ୍ୟବାନ ଗଛ ରହିଥାଏ। ବିଭିନ୍ନ ସ୍ଥାନରେ ଏହିଜଙ୍ଗଲ ଜମିକୁ ସ୍ଥାନୀୟ ଅଧିବାସୀ ପରିଚାଳନ କରିଥାଆନ୍ତି। ପରିବେଶ ମନ୍ତ୍ରଣାଳୟ, ରାଜସ୍ବ ବିଭାଗ, ଜିଲ୍ଲାପାଳଙ୍କ ସହିତ ସ୍ଥାନୀୟ ଅଧିବାସୀଙ୍କ ଅନୁମୋଦନ ପରେଏହା ଅଧିଗ୍ରହଣ ହୋଇପାରେ।

Scroll to Top