The beacon of independent journalism

ଓଡ଼ିଶାରେ ମିଳୁନି ରୋଜଗାର

ଓଡ଼ିଶାରେ ମିଳୁନି ରୋଜଗାର, କେରଳରେ କାମ କରୁଛନ୍ତି ମାଣ୍ଡିପଙ୍କା ଗାଁର ୩୦୦ ପରିବାରର ୩୦୦ ସଦସ୍ୟ : ସାମାଜିକ ସଙ୍ଗଠନ ଗାସର ରିପୋର୍ଟ

ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଏଣେ କିନ୍ତୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁର ୨ ଜଣ ମହିଳା ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ରାଜ୍ୟଇତିହାସରେ ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ଦେଇଛି। କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ  ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବାଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ପୂର୍ବରୁ ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହିଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁସେମାନେ ଫୋପାଡିଦେଇଥାନ୍ତି।                

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ଗାସ ମାଣ୍ଡିପଙ୍କା ଗାଁର ଗସ୍ତ ପରେ ଏହି ରିପୋର୍ଟ ଦେଇଛନ୍ତି। ଏହି ସଙ୍ଗଠନର ଦେବରଞ୍ଜନ ଏବଂ ନିହାରକାନ୍ତି ଦାସ ମାଣ୍ଡିଆପଙ୍କଗାଁରେ ପହଞ୍ଚିରେ ସ୍ଥାନୀୟ ଅଧିବାସୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଏହା ପରେ ଗାସ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି, ମାଣ୍ଡିପଙ୍କାର ସେହି ଆଠ ଜଣମହିଳା ଖାଇଥିବା ଭିଜା କୋଇଲି ଗୁଣ୍ଡସଂପୂର୍ଣ୍ଣ ଫିମ୍ପି ମାରିଯାଇଥିଲା। ଫଳରେ, ଖାଇବାର କିଛି ଘଣ୍ଟା ପରେ ଅତ୍ୟଧିକ ଝାଡା ଓ ବାନ୍ତି ହେଲା। ଯାହା ଫଳରେ ୨ ଜଣଙ୍କଅମୂଲ୍ୟ ଜୀବନ ଚାଲି ଯାଇଥିଲା। ଏହା ଜନସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟ। ଉଲ୍ଲେଖନୀୟ ବିଷୟ ହେଲା ଯେ ଏହି ଆଠ ମହିଳାଙ୍କ ମଧ୍ୟରୁ ସାତ ଜଣଙ୍କ ବୟସ ୨୫ ରୁ ୩୫ବର୍ଷ ମଧ୍ୟରେ ଅଟନ୍ତି। ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସ୍କୁଲ ଯାଇନାହାନ୍ତି। ସେମାନେ ବିଭିନ୍ନ ଗ୍ରାମରୁ ମାଣ୍ଡିପଙ୍କାକୁ ବୋହୁ ହୋଇଆସିଛନ୍ତି। ଏବେ ମୃତ ରୁନିମାଝିଙ୍କର ଛଅ ମାସର ଛୋଟ ଝିଅର ଜୀବନ ଘୋର ଅନିଶ୍ଚିତତା ମଧ୍ୟରେ ରହିଛି। ବ୍ରହ୍ମପୁରରୁ ଚିକିତ୍ସିତ ହୋଇ ଫେରିଥିବା ପ୍ରଭାତୀ ପାଟ୍ଟମାଝି, ସୁସନା ପାଟ୍ଟମାଝି ଓଜୀବନ୍ତୀ ପାଟ୍ଟମାଝିଙ୍କୁ ଦଳ ଭେଟିଥିଲା।ଏହି ତିନି ଜଣଙ୍କୁ ଏପରିକି ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର କୌଣସି କିସ୍ତିରେ ଟଙ୍କା ମିଳିନାହିଁ। ଏପରିକି ସମଗ୍ରମାଣ୍ଡିପଙ୍କା ଗ୍ରାମରେ କାହାରିକୁ ବି ସୁଭଦ୍ରା ଯୋଜନାରେ ଟଙ୍କା ମିଳିନଥିବା ସେମାନେ ପ୍ରକାଶ କଲେ। ପ୍ରଭାତୀଙ୍କ ସ୍ଵାମୀ ତାରଣ ପାଟ୍ଟମାଝି ଆଦିବାସୀ କନ୍ଧ ସଂପ୍ରଦାୟର।ତାରଣଙ୍କୁ କିନ୍ତୁ କାଳିଆ ଯୋଜନାରେ ପ୍ରଥମ କିସ୍ତି ବାବଦରେ ଥରେ ମାତ୍ର ପାଞ୍ଚ ହଜାର ଟଙ୍କା ମିଳିଥିଲା ଯାହା ଅନ୍ୟ ସାତ ପରିବାରକୁ ମଧ୍ୟ ମିଳିନାହିଁ। ଦୀର୍ଘ ଦିନ ସେକେରଳରେ ଦିନମଜୁରିଆ ଭାବରେ ରହିଥିଲେ। ଦୁଃଖଦ ଘଟଣା ଶୁଣି କେରଳରୁ ଆସି ପହଞ୍ଚିଛନ୍ତି। ଜୀବନ୍ତୀଙ୍କ ସ୍ଵାମୀ ଅନେକ ଦିନ କେରଳରେ ରହିଥିଲେ। ଏବେବୟସ ଅଧିକ ହେତୁ ଯାଇପାରୁନାହାନ୍ତି। ସାହିରେ କାହାରିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମିଳିନାହିଁ। ନିଜର ଅଣଜଳସେଚିତ ଜମିରେ କିଛି ପରିବାର ଧାନ ଓମକା ଚାଷ କରିଛନ୍ତି। ମକା ଚାଷ ଲାଗି ବର୍ଷକୁ ୩୬ ପ୍ରତିଶତ ହାରରେ ବ୍ରାହ୍ମଣୀ ଗାଁର ସାହୁକାରଙ୍କ ଠାରୁ ଋଣ ଆଣି ଚାଷ କରିଛନ୍ତି।

 ଗାସ ପ୍ରତିନିଧିମାନେ କହିଛନ୍ତି, ଆମ୍ବ ଟାକୁଆ ଖାଇବା ଯଦି ପାରମ୍ପରିକ ଖାଦ୍ୟ ହୋଇଥାନ୍ତା ତେବେ ଏଥିରୁ ପ୍ରସ୍ତୁତ ଖାଦ୍ୟ ଆଦିବାସୀଙ୍କ ଧରଣୀ ପେନୁ, କେଡୁ ପୂଜା(କନ୍ଧମାଳ ଆଦିବାସୀଙ୍କ ମୁଖ୍ୟ ପର୍ବ) ବା ହିନ୍ଦୁଙ୍କ ଦେବାଦେବୀଙ୍କ ନିକଟରେ ପୂଜା ଦ୍ରବ୍ୟ ଭାବରେ ରଖାଯାଇଥାନ୍ତା। କାରଣ ଧାର୍ମିକ ବିଶ୍ଵାସକୁ ବାଦ ଦେଇ କୌଣସିପରମ୍ପରା କେବେ ଦୀର୍ଘ କାଳ ବଞ୍ଚିନାହିଁ। ପୁଣି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ପୁଷ୍ଟିକର ଖାଦ୍ୟ ବୋଲି ଯୁକ୍ତି କରୁଛନ୍ତି। ସତରେ ଯଦି ଏଥିରେ ପୌଷ୍ଟିକତାରହିଛି ବୋଲି ସରକାର କହୁଛନ୍ତି ତେବେ ସ୍କୁଲ ବହିର ସନ୍ତୁଳିତ ଖାଦ୍ୟ ବା ପୌଷ୍ଟିକ ଖାଦ୍ୟ ତାଲିକାରେ ଯେଉଁଠି ଭାତ, ଡାଲି, ଅଣ୍ଡା ଓ ଶାଗ ଇତ୍ୟାଦି ରହୁଛି ସେଥିରେକୋଇଲିକୁ ସାମିଲ କରାଯିବ କି? ଟାକୁଆ ଆମ ଦ୍ରୁଷ୍ଟିରେ ନା ପାରମ୍ପରିକ ନା ପୌଷ୍ଟିକ। ଲୋକେ ଏହାକୁ ସଂଗ୍ରହ କରି ରଖିଥାନ୍ତି। ପୁଣି ନୂଆ ଶସ୍ୟ ଆସିବା ପରେ ବଳକାଟାକୁଆ ଫିଙ୍ଗିଦେଇଥାନ୍ତି।ଅନ୍ୟ କୌଣସି ବଳକା ଶସ୍ୟ କଣ କେହି  ଫିଙ୍ଗାଯାଏକି ବୋଲି ପ୍ରଶ୍ନ ହୋଇଛି। ପରିସ୍ଥିତିକୁ ଅଧିକ ବୁଝିବା ପାଇଁ ଏହି ଦଳ ନିକଟବର୍ତ୍ତୀ ଡମାଗ୍ରାମକୁ ମଧ୍ୟ ଯାଇଥିଲା। ସେଠାରେ ସେମାନେ ଆମ୍ବ ଟାକୁଆ ରଖିଥିବା ପରିବାରର ସଦସ୍ୟଙ୍କୁ ଭେଟିଥିଲେ। ଗୋଟିଏ ପରିବାର ଜଣେ ୧୮ ବର୍ଷର ପୁଅ କେରଳରେଅଛନ୍ତି। ସାହିର ସମୁଦାୟ ୨୭ ପରିବାର ମଧ୍ୟରୁ ୭ ଜଣ କେରଳରେ। ମାଣ୍ଡିପଙ୍କାରେ ସମୁଦାୟ ୩୦୦ ଘର ଅଛି। ଏଥିରେ ମୁଖ୍ୟତଃ ଆଦିବାସୀ ଓ ଦଳିତ ପରିବାରରୁହନ୍ତି। ଗାଁର ପୁଅ ଝିଅ ୧୪-୧୫ ବର୍ଷ ହେଲେ କେରଳ ଯିବା ଆରମ୍ଭ କରିଦେଉଛନ୍ତି। ପ୍ରାୟ ୩୦୦ ପିଲା ଏବେ କେରଳରେ ଅଛନ୍ତି। ଏଠାରେ ଲୋକେ ଜଙ୍ଗଲରେଶିଆଳୀ ପତ୍ର ସଂଗ୍ରହ କରି ଅତୀତରେ ନିଜର ଆଞ୍ଚଳିକ ସମବାୟ ମାଧ୍ୟମରେ ତାହାକୁ ଉପଯୁକ୍ତ ଦରରେ ବିକ୍ରି କରୁଥିଲେ। ବ୍ୟବସାୟୀ ଓ ରାଜନେତାଙ୍କ ଷଡଯନ୍ତ୍ରରେସମବାୟ ଗୁଡିକ ବନ୍ଦ ହୋଇଯିବା ପରେ ଲୋକେ ଶିଆଳୀ ପତ୍ର ବା ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଲୋକଙ୍କ ପାଇଁ ଦିଆଯାଉଥିବା ମୁଣ୍ଡ ପିଛା୫ କିଗ୍ରା ଚାଉଳ କଦାପି ଯଥେଷ୍ଟ ନୁହେଁ। ସେଥିରେ ପୁଣି କେୱାସି ଅପଡେଟ ନାମରେ ଦୀର୍ଘ ତିନି ମାସ ହେଲା (ଏପ୍ରିଲ, ମେ ଓ ଜୁନ) ସେମାନଙ୍କୁ ଚାଉଳରୁ ବଞ୍ଚିତକରାଗଲା। ସମାଜବିଜ୍ଞାନୀ ପ୍ରଫେସର ଜୟତୀ ଘୋଷଙ୍କ ମତରେ ଦେଶବ୍ୟାପୀ ଇ-କେୱାସୀ ଅପଡେଟ କରିବା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଲା ପୂର୍ବରୁପାଉଥିବା ହିତାଧିକାରୀଙ୍କ ସଂଖ୍ୟାକୁ ବିଭିନ୍ନ ଆଳ ଦେଖାଇ ସଂଖ୍ୟା କମ କରିବା। ଦାରିଦ୍ର‌୍ୟ ଦୂରୀକରଣ ଲାଗି ପୂର୍ବବର୍ତ୍ତୀ ଓ ଏବର ସରକାରମାନେ ଚଳାଇ ରଖିଥିବା“ଉଜ୍ଜ୍ଵଲା”, “ମୁକ୍ତା”, “ସୁଭଦ୍ରା”, “କାଳିଆ”, “ମୁଦ୍ରା”,“ବୁନ୍ଦା”, “ବସୁଧା” ଇତ୍ୟାଦି ଅନେକ ଯୋଜନା ଘୋଷଣା କରିଥିଲେ ମଧ୍ୟ ସରକାର ଯେ ଲୋକଙ୍କ ଲାଗି ବ୍ୟସ୍ତତାହା କେବଳ ଦର୍ଶାଇବା ବ୍ୟତୀତ ଏହି ସମସ୍ତ ଯୋଜନାର ସୁଫଳ ମିଳିବାର ନାହିଁ। ଦେଶରେ ବିକାଶର ପରିକଳ୍ପନା କଦାପି ସାଧାରଣ ଲୋକଙ୍କ ଆଗ୍ରହ, ଆବଶ୍ୟକତା, ପରମ୍ପରା, କାର‌୍ୟ୍ୟଦକ୍ଷତାକୁ ଦେଖି ତିଆରି ହୋଇନାହିଁ। ବିକାଶ ପଦ୍ଧତି ମୁଷ୍ଟିମେୟଙ୍କ ଲାଗି ହୋଇଥିବା କାରଣରୁ ସେମାନଙ୍କ ଦ୍ଵାରା ଚଳାଇ ରଖାଯାଇଥିବା ଶୋଷଣଦେଶରେ ଦାରିଦ୍ର‌୍ୟ ସୃଷ୍ଟି କରୁଛି। ଦୁଃଖର କଥା ଯେ ଦାରିଙ୍ଗବାଡି – ବ୍ରାହ୍ମଣୀଗାଁ ଅଞ୍ଚଳରେ ଲୋକଙ୍କ ଅଧିକାରକୁ ନେଇ କୌଣସି ସଂଗଠନ ବା ରାଜନୈତିକ ଦଳଦୀର୍ଘ ଦିନ ମଧ୍ୟରେ କୌଣସି ଧାରଣା, ବିକ୍ଷୋଭ, ରାଲି କରିନାହାନ୍ତି। ଏହା ହୋଇଥିଲେ ଅନ୍ତତଃ ଲୋକଙ୍କ ସମସ୍ୟା ସମ୍ପର୍କରେ ବାହାର ଦୁନିଆ ଜାଣିପାରିଥାନ୍ତା। ଆଜିଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ପରେ ବାହାର ଦୁନିଆ ଅଞ୍ଚଳର ସମସ୍ୟା ସମ୍ପର୍କରେ ଜାଣିପାରୁଛି। ଆମ ଦଳର ଏଥିରେ ଦ୍ଵିମତ ନାହିଁ ଯେ ଆଜି ଆମ୍ବଟାକୁଆ ଜନୀତମୃତ୍ୟୁ ଲାଗି ସରକାରଙ୍କ ବ୍ୟବସ୍ଥା ହିଁ ସଂପୂର୍ଣ୍ଣ ଦାୟୀ। ଅଞ୍ଚଳର ସମସ୍ୟାକୁ ଦ୍ରୁଷ୍ଟିରେ ରଖି କେତେକ ଗାସ ପକ୍ଷରୁ ସମସ୍ତ ପିପିଏଚ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେସାମିଲ କରାଯିବା, ଜଙ୍ଗଲ ଅଧିକାର ଆଇନ ବଳରେ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବା, ଜଙ୍ଗଲରେ ଲୋକଙ୍କ ଆବଶ୍ୟକତାକୁ ନେଇ ଚାରା ରୋପଣକରାଯାଉ। ଏଥିରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ଚଳିପାରିବେ। ଆଞ୍ଚଳିକ ସମବାୟମାନଙ୍କୁ ସକ୍ରିୟ କରାଗଲେ ଲୋକେ ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇପାରିବେ।ତୃତୀୟତଃ ଅଗଷ୍ଟ ଠାରୁ ଡିସେମ୍ବର ମଧ୍ୟରେ ମନରେଗା ମାଧ୍ୟମରେ ନିହାତି ୧୦୦ ଦିନ କାର‌୍ୟ୍ୟ ଦିବସ ପ୍ରତି ବର୍ଷ ସୃଷ୍ଟି କରାଯାଉ। ସରକାର କାମ ଯୋଗାଇନପାରିଲେ ମନରେଗା ନିୟମ ଅନୁସାରେ ବେକାରୀ ଭତ୍ତା ଦିଅନ୍ତୁ। ଲୋକଙ୍କ ଲେବର କାର୍ଡ ସରକାରୀ ଅଧିକାରୀ ବା ଠିକାଦାର ନିଜ ପାଖରେ ରଖିବା ଏକ ଅପରାଧବୋଲି ଧରାଯାଇ ସେମାନଙ୍କ ବିରୁଦ୍ଧରେ କ୍ରୀମିନାଲ ଆକ୍ସନ ନିଆଯାଉ। ମନରେଗାରେ କାର‌୍ୟ୍ୟ କରିଥିବା ଲୋକଙ୍କ ମଜୁରୀ ବ୍ୟବସ୍ଥା, ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରାଲୋକଙ୍କୁ ସ୍ୱାସ୍ଥ୍ୟ, ପାନୀୟ ଓ ଖାଦ୍ୟ ସମ୍ବନ୍ଧିତ ବିଭିନ୍ନ ବିଷୟରେ ସଚେତନ କରାଯିବା, ଗ୍ରାମରେ ଅଧିକ ସଂଖ୍ୟାରେ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ସ୍କୁଲ ତିଆରି କରନ୍ତୁ।ଲୋକେ ଯେପରି ଦାଦନ ଖଟିବାକୁ ଅଞ୍ଚଳରୁ ନଯିବେ ସେଥିଲାଗି ପଦକ୍ଷେପ ପାଇଁ ଦାବି କରାଯାଇଛି।

Scroll to Top