
ସରକାରୀ ନିର୍ଦେଶର ଉଲ୍ଲଂଘନ କରିଛନ୍ତି ରାଜ୍ୟର ୨୩ ଖଣି। ବେଆଇନ ଭାବରେ ଖଣି ଉତ୍ତୋଳନ କରିଛନ୍ତି କିନ୍ତୁ ଧରା ପଡ଼ିବା ପରେଜରିମାନା ଦାଖଲ କରିନାହାନ୍ତି। ଏଥିସଂକ୍ରାନ୍ତରେ ସେମାନଙ୍କ ବିରୋଧରେ କେବଳ ସାର୍ଟିଫିିକେଟ କେସ କରି ଚୁପ ବସିଛି ରାଜ୍ୟ ସରକାର।ବର୍ତ୍ତମାନର ସରକାର ଏହାକୁ ନେଇ କଣ ପଦକ୍ଷେପନେଉଛନ୍ତି ଦେଖିବାକୁ ବାକି ରହିଲା।
୨୦୦୦ରୁ ୨୦୧୪ ମସିହା ମଧ୍ୟରେ ରାଜ୍ୟରେ ୯ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପାଇଁ ୨୦୧୭ମସିହାରେ ଶାହାକମିସନ ରିପୋର୍ଟ ଅନୁଯାୟୀ, ୫୯ହଜାର ୨୦୩ କୋଟି ଟଙ୍କାର ବେଆଇନ ଖଣି ଉତ୍ତୋଳନ ଚିହ୍ନଟ ହୋଇଥିଲା। ଏଥିରୁକେବଳ ୨୨.୮୦ କୋଟି ଆଇରନ ଏବଂ ମାଙ୍ଗାନିଜଅଟେ। ଏଥିରେ ଓଏମସି, ସିରାଜୁଦ୍ଦିନ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ, ରୁଙ୍ଗଟାସନ ପ୍ରାଇଭେଟ ଲିମିଟେଡ, ତାରିଣି ମିନରାଲ, ଟିସ୍କୋ ଲିମିଟେଡ ଭଳି ୧୪୪ ଖଣିରହିଥିଲେ ଯେଉଁ ମାନେ ବେଆଇନ ଭାବରେ ବର୍ଷାଧିକସମୟ ଧରି ଖଣି ଉତ୍ତୋଳନ କରି ପରିବେଶ ପ୍ରଦୂଷିତ କରୁଥିଲେ। ୨୦୧୭ ମସିହାରେ ଶାହା କମିସନଙ୍କ ରିପୋର୍ଟରେଏହି ମେଗା ଖଣିଦୁର୍ନୀତିର ପର୍ଦାଫାସ ହୋଇଥିଲା। ଏହାକୁ ନେଇ ଅନେକ ତୁମ୍ବିତୋଫାନ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବଡ଼ଅଧିକାରୀଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଜରିମାନା ଦାଖଲ ନିର୍ଦେଶର ଉଲ୍ଲଂଘନ କରିଥିବା ଅଭିଯୋଗ ନେଇ ଖଣି ବିଭାଗକହିଛି, ଓଡ଼ିଶା ରାଜ୍ୟରେ ଲୌହ ଓ ମାଙ୍ଗାନିଜଖଣି ପଟ୍ଟଗୁଡ଼ିକର ଦୁର୍ନୀତି ଅଭିଯୋଗ ଅନୁସାରେ, ଏମବି ଶାହା କମିସନ ଓ ସିଇସିଙ୍କ ମତ, ମନ୍ତବ୍ୟ ଓ ଟିପଣିକୁ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଚୂଡ଼ାନ୍ତ ରାୟ୨୦୧୭ ମସିହା ଅଗଷ୍ଟ ୨ ତାରିଖରେ ପ୍ରଦାନ କରିଥିଲେ।ତଦନୁଯାୟୀ, ଲୌହ ଓ ମାଙ୍ଗାନିଜ ଖଣିର ପଟ୍ଟାଧାରୀ ତାଙ୍କ ବୈଧନିକ ଅନୁମତି ପତ୍ର ଯଥା ଇସି, ଏଫସିଏବଂଏମପି/ସିଟିଓରେ ଉତ୍ତୋଳନକରିବା ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣରେ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ପରିବହନ କରିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟତାଙ୍କରଚୂଡ଼ାନ୍ତ ରାୟର ଧାରା ଅନୁଯାୟୀ ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଥିଲେ। କିନ୍ତୁ ୨୩ ଖଣି ଏହାର ପାଳନ କରି ନାହାନ୍ତି।କେନ୍ଦୁଝରର ବିଧାୟକ ଥିବା ବର୍ତ୍ତମାନରମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତି ନେଇ ସର୍ବାଧିକ ମୁଖର ଥିଲେ। ଏପରିକି ନିର୍ବାଚନର ଠିକ ପୂର୍ବରୁ ଖଣିଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣମିଶ୍ର ଦାବି କରୁଥିଲେ।
ଯେଉଁ ଖଣି ଏହି ନିର୍ଦେଶର ପାଳନ କରି ନାହାନ୍ତି ସେମାନେ ହେଲେ
କ୍ରମିକ ସଂଖ୍ୟା | ଖଣିଜ ନାମ | କ୍ଷତିପୂରଣ ନିର୍ଦେଶ | ଜମା ହୋଇନଥିବା ରାଶି |
୧ | ଉଲିବୁରୁ ଆଇରନ ଓର | ୩୮୪,୭୪,୭୯,୪୪୮ | ୩୮୪,୭୪,୭୯,୪୪୮ |
୨ | ଯାଜଙ୍ଗ ଆଇରନ ଓର | ୮୬,୪୧,୨୦,୬୯୮ | ୮୬,୪୧,୨୦,୬୯୮ |
୩ | ଇନଗାନିଝରନ ଆଇରନ ଓର | ୭୩,୦୯,୪୯,୪୯୧ | ୭୩,୦୯,୪୯,୪୯୧ |
୪ | ବାଲଗୁଣ୍ଡା ଆଇରନ ଆଣ୍ଡ ମାଇନ୍ସ | ୬୩,୪୨,୭୦,୮୬୦ | ୬୩,୪୨,୭୦,୮୬୦ |
୫ | କୋଲ୍ହା ରୁଡେକେଲା ମାଇନ୍ସ | ୪,୮୩,୭୮,୭୪୭ | ୪,୮୩,୭୮,୭୪୭ |
୬ | ଭୁଲବେଡ଼ା ଆଇରନ ଓର ଖଣି | ୫,୯୭,୧୫,୮୮୭ | ୩,୨୧,୯୯,୩୬୧
|
୭ | ରୋଇଡ଼ା ଆଇରନ ଓର | ୯୨୪,୭୫,୨୪,୨୮୩ | ୬୨୩,୧୯,୭୨,୩୧୬ |
୮ | ପୁତୁଳିପାଣି ଆଇରନ ଓର | ୨୭୩,୧୨,୪୮,୪୩୮ | ୨୬୭,୧୨,୪୮,୪୩୮ |
୯ | ଜଜାଙ୍ଗ ଆଇରନ ଓର | ୯୩,୦୩,୫୪,୧୧୪ | ୯୩,୦୩,୫୪,୧୧୪ |
୧୦ | କଶିଆ-କୋହ୍ଲ-ବାରପଡ଼ା | ୬,୩୧,୦୦୫ | ୬,୩୧,୦୦୫ |
୧୧ | ଇନଗାନିଝରଣ ଆଇରନ ଓର | ୧୧୬,୮୪,୩୦,୮୨୮ | ୧୧୬,୮୪,୩୦,୮୨୮ |
୧୨ | ଗୁରୁବେଡା ଆଇରନ ଓର ଖଣି | ୨୭,୭୧,୭୩,୮୩୫ | -(ସୁଧ ବାକି ରହିଛି)
|
୧୩ | ଠାକୁରାଣି ଆଇରନ ଆଣ୍ଡ ମିନରାଲ | ୬୩୬,୫୨,୬୩,୯୦୯ | ୬୧୮,୭୩,୬୧,୬୭୩
|
୧୪ | ଭଦ୍ରସାହି ଆଇରନ ଆଣ୍ଡ ମିନରାଲ | ୨୦୩,୧୪,୯୧,୫୯୬ | ୧୯୩,୭୮,୮୦,୦୩୮
|
୧୫ | ଉରମୁଣ୍ଡା ଆଇରନ ଓର ଆଣ୍ଡ ମାଇନ୍ସ | ୮,୪୮,୪୪,୬୭୪ | ୮,୪୮,୪୪,୬୭୪ |
୧୬ | ଚମ୍ପାସର ମିନରାଲ ମାଇନ୍ସ | ୧୯,୦୮,୫୨,୬୯୨ | ୧୯,୦୮,୫୨,୬୯୨ |
୧୭ | ବୁଢାରଜା ଆଇରନ ଆଣ୍ଡ ମିନରାଲ | ୭,୮୩,୪୨,୭୫୮ | ୭,୮୩,୪୨,୭୫୮ |
୧୮ | ପୁରୁଣାପାଣି ଭୂୟାଁବାସା | ୩,୩୬,୬୯,୯୦୧ | ୩,୩୬,୬୯,୯୦୧ |
୧୯ | କାଶିବେଡ଼ା ଆଇରନ ଓର | ୩୫,୪୦,୮୯,୬୩୪ | ୩୫,୪୦,୮୯,୬୩୪ |
୨୦ | ଗୋନୁଆ ଆଇରନ ମିନରାଲ | ୩୪,୮୫,୨୧,୩୦୦ | ୩୪,୮୫,୨୧,୩୦୦ |
୨୧ | ଓରାହୁରି ମିନରାଲ ମାଇନ୍ସ | ୮୦,୬୫,୬୭,୯୭୧ | ୮୦,୬୫,୬୭,୯୭୧ |
୨୨ | ଭାଞ୍ଜିକୁସୁମ ମାଇନ୍ସ | ୩,୦୮,୮୩,୬୭୩ | ୩,୦୮,୮୩,୬୭୩
|
୨୩ | କନ୍ଥର କୋଇରା ଆଇରନ | ୨,୧୦,୧୫,୮୭୨ | ୨,୧୦,୧୫,୮୭୨
|