ନିର୍ବାଚନ ପୂର୍ବରୁ ସ୍ମାର୍ଟ ମିଟର ଫେରାଇବାକୁ ସମର୍ଥନ କରିଥିବା ବିଜେପି ଆଜି କିନ୍ତୁ ଚୁପ୍

ବିଜୁଳି ବିନା ଜଳସେଚନ ଅସମ୍ଭବ ଚାଷୀଙ୍କ ଠାରୁ ବିଜୁଳି ଟିକସ ଅର୍ଥ ଜଳସେଚନ ଟିକସ ବୋଲି କୁହାଯାଇପାରେ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାର ଅମ୍ଭାବୋନାରଚାଷୀ ଯେତେବେଳେ ମାତ୍ରାଧିକ ବିଜୁଳି ବିଲବିରୋଧରେ ସ୍ମାର୍ଟ ମିଟର ଫେରାଇ ଦେଲେ ବିଜେପି ନିଜ ଆଡ଼ୁ ସାମ୍ବାଦିକ ସମ୍ମିଳନୀ କରି ସମର୍ଥନ କରିଥିଲା ଆଜି କିନ୍ତୁସେ ଚୁପ ବସିଛି ବରଗଡ଼ ଜିଲ୍ଲାର ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନର ଆଉ କିଛି ବିନ୍ଦୂଉପରେ କହିଛନ୍ତି ଚାଷୀ ରମେଶ ମହାପାତ୍ର

ବିଜୁଳିକୁ ନେଇ ଆନ୍ଦୋଳନ କେମିତି ଆରମ୍ଭ ହେଲା

-୨୦୧୬ ମସିହା ଫେବ୍ରୁଆରି ମାସରେ କେନ୍ଦୁପାଲି ଚାଷୀ ଖଇନୁ ବଗର୍ତ୍ତି ଆତ୍ମହତ୍ୟା କରିଥିଲେ। ଯାହା ସେତେବେଳେସମଗ୍ର ରାଜ୍ୟରେ ଚର୍ଚିତ ହୋଇଥିଲା। ଘଟଣାଟି ଥିଲା, ଖଇନୁଙ୍କ ଗାଁରେ ଲୋ ଭୋଲଟେଜ ବଡ଼ ସମସ୍ୟା ଥିଲା। ତେଣୁଜଳସେଚନ ସମ୍ଭବ ନଥିଲା। ପାଣି ଅଭାବରୁ ଖଇନୁଙ୍କ ଫସଲ ମରିଗଲା। ଋଣ ପରିଶୋଧ ଚିନ୍ତାରେ ଜୀବନ ହାରିଲେ।ଏହାକୁ ନେଇ ଲଢେଇ ପରେ କେନ୍ଦୁପାଲିର ଲୋ ଭୋଲଟେଜ ସମସ୍ୟା ସମାଧାନ ହେଲା। ବିଜୁଳି ସମସ୍ୟାର ଭୟଙ୍କରଚିତ୍ର ପଦାକୁ ଆସିଥିଲା। ଚାଷୀ ସଙ୍ଗଠନର ପ୍ରସଙ୍ଗରେ ବିଜୁଳି ସମସ୍ୟା ମଧ୍ୟ ସାମିଲ ହେଲା। ଜଳସେଚନ ସହିତବିଜୁଳିର ସମ୍ପର୍କ ଥିବାରୁ ବଢୁଥିବା ବିଲ, ବିଜୁଳି ବିଭ୍ରାଟ ନେଇ ପ୍ରତିବର୍ଷ ଆଲୋଚନା ହେଲା। ଚାଷୀ ନେତା ହରବଣିଆଁଙ୍କ ନେତୃତ୍ବରେ ମଧ୍ୟ ଏହାକୁ ନେଇ ଆନ୍ଦୋଳନ ଚାଲିଛି। ବିଜୁଳି ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂଜିଲ୍ଲାପାଳମାନଙ୍କୁ ବିଭିନ୍ନ ସମୟରେ ଭେଟି ଏଥିସଂକ୍ରାନ୍ତରେ ଆଲୋଚନା କରିଛୁଁ।

ନିର୍ବାଚନ ସମୟରେ ବିଜୁଳିକୁ ଚାଷୀ ସଙ୍ଗଠନ ପ୍ରସଙ୍ଗ କରିଥିଲା କି

ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ଦଳକୁ ଚାଷୀ ସଙ୍ଗଠ ଆହ୍ବାନ କରିଥିଲା ଯେ ମଦ, ମାଂସ ଦିଆନ ଯାଉ କିନ୍ତୁ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯାଉ, ଚାଷ କ୍ଷେତ୍ରରେ ବିଜୁଳି ଛାଡ଼ କରାଯାଉ। ଏହାପରେ କଂଗ୍ରେସ ୨୦୦ ୟୁନିଟ, ବିଜେଡ଼ି ୧୦୦ ୟୁନିଟ ଏବଂ ବିଜେପି ୩୦୦ ୟୁନିଟ ମାଗଣା ଦେବ ବୋଲି କହିଥିଲା। ଏହାପରେ ଆମ ମନୋବଳ ମଧ୍ୟବଢିଲା।

ବିଜୁଳି ଆନ୍ଦୋଳନଟି ଟାଟା ସ୍ମାଟ ମିଟର ବିରୋଧୀ ଆନ୍ଦୋଳନ କେମିତି ହେଲା

ମେ ମାସ ୧୮ ତାରିଖରେ ବରଗଡ଼ ଜିଲ୍ଲା ଅମ୍ବାଭୋନାରେ ସମସ୍ୟା ହେଲା। ବିଲକୁ ନେଇ ଟାଟା ପାଓ୍ବାର ବିଜୁଳିସଂଯୋଗ ବିଚ୍ଛିନ୍ନ କରିବାକୁ ଲାଗିଲା। ଏହା ବିରୋଧରେ ନିର୍ବାଚନ ଠିକ ପୂର୍ବରୁ ବାରପାହାଡ଼ କୃଷକ ସଙ୍ଗଠନ ୬୦୦ଟିସ୍ମାର୍ଟ ମିଟର ଏବଂ ନଳକୂଅରେ ଲାଗିଥିବା ମିଟରକୁ କାଢି ଫିଙ୍ଗି ଦେଇଥିଲେ। ପରବର୍ତ୍ତୀ ସମୟରେ ଭଟଲିରେ ଏହିକାର୍ଯ୍ୟକ୍ରମ କରିବାକୁ ଉଦ୍ୟମ କରୁଥିବାବେଳେ ବିଜୁଳି ସମସ୍ୟା ସମାଧାନ ନେଇ ଜିଲ୍ଲା ପ୍ରଶାସନ ସମୟ ମାଗିଥିଲା।ସ୍ମାର୍ଟମିଟର ବିରୋଧୀ ଆନ୍ଦୋଳନ ସ୍ଥଗିତ ରହିଲା। ସେତେବେଳେ ଏହା ଓଡ଼ିଶାରେ ଚର୍ଚା ହେଲା ଏବଂ ବିଜେପି ମଧ୍ୟସାମ୍ବାଦିକ ସମ୍ମିଳନୀରେ ଏହାକୁ ସମର୍ଥନ କରିଥିଲା।

ବର୍ତ୍ତମାନ  ପୁଣି ଏତେ ଦୁର୍ବାର କେମିତି ହେଲା

କେନ୍ଦପାଲିରେ ବକେୟା ମାଗିବା ପାଇଁ ଯାଇଥିବା କର୍ମଚାରୀମାନେ କିଛି ଗ୍ରାମବାସୀଙ୍କୁ ଖରାପ ବ୍ୟବହାର କରିଥିଲେ।ଏହାକୁ ନେଇ ଗାଁରେ ଏଭଳି ଅସନ୍ତୋଷ ହେଲା ଯେ କର୍ମଚାରୀଙ୍କୁ ବାନ୍ଧି ଦିଆଯାଇଥିଲା। ଏହାପରେ ସ୍ମାର୍ଟମିଟରବିରୋଧୀ ଆନ୍ଦୋଳନ ଆରମ୍ଭ ହେଲା। ଲୋକେ ମିଟର ଫିଙ୍ଗିବା ଆରମ୍ଭ କରିଥିଲେ। କେନ୍ଦପାଲି ପରେ ବୁଧିଆପାଲି, ଝାଙ୍କରପାଲି, ତୁରା, ବିଶିପାଲି, ଭଟଲି, କଟାପାଲି, ଘେଁସ, ଦଶମାଇଲଛକ, ସୋହେଲା ସମେତ ସବୁଠି ସ୍ମାର୍ଟ ମିଟରବିରୋଧୀ ଆନ୍ଦୋଳନ ବ୍ୟାପିଥିଲା। ବର୍ତ୍ତମାନ ଆମେ ଜାଣିବାରେ ବରଗଡ଼ ଜିଲ୍ଲାରେ ୧୦ ହଜାରରୁ ଅଧିକ ସ୍ମାର୍ଟମିଟରଫେରାଯାଇଛି। ୧୦ ଦିନ ଧରି ଆନ୍ଦୋଳନ ଜାରି ରହିଲା। ଶନିବାର ଦିନ ଜିଲ୍ଲା ପ୍ରଶାସନ ସହିତ ଆଲୋଚନାକରାଯାଇ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି।

ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନ ପ୍ରତି ଅନ୍ୟ ଜିଲ୍ଲାର କେମିତି ସମର୍ଥନ ରହିଛି

ବର୍ତ୍ତମାନ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବିରୋଧୀ ଲଢେଇ ବରଗଡ଼ ଜିଲ୍ଲାର ୧୨ ବ୍ଲକରେ ବ୍ୟାପିସାରିଛି। ଅନ୍ୟ ଜିଲ୍ଲାରଲୋକମାନେ ଫୋନ ଜରିଆରେ ନୈତିକ ସମର୍ଥନ ଦେଉଛନ୍ତି। ସଂଯୁକ୍ତ କୃଷକ ସଙ୍ଗଠନର ବ୍ୟାନର ତଳେ ୧୪ଟି ଚାଷୀସଙ୍ଗଠନ ଏଥିରେ ସାମିଲ ଅଛନ୍ତି। ବରଗଡ଼ ବାର ଆସୋସିଏସନ ଏହାକୁ ଲିଖିତ ଭାବରେ ସମର୍ଥନ ଦେଇଛନ୍ତି।

ଜନପ୍ରତିନିଧି ଏବଂ ପୂର୍ବତନ ଜନ ପ୍ରତିନିଧିଙ୍କ କଣ ଆଭିମୁଖ୍ୟ ରହିଛି 

-ଏହି ପ୍ରସଙ୍ଗକୁ ନେଇ ଜନପ୍ରତିନିଧି କିମ୍ବା ପୂର୍ବତନ ଜନପ୍ରତିନିଧି କେହି ସମର୍ଥନ କରି ନାହାନ୍ତି କିମ୍ବା ଖୋଲାଖୋଲି କିଛିକହୁ ନାହାନ୍ତି। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଲିଖିତ ଭାବରେ ଅବଗତ କରାଯାଇଛି।

ବରଗଡ଼ ଜିଲ୍ଲାରେ ପ୍ରତି ଗାଁରେ ସ୍ମାର୍ଟ ମିଟର ଫିଙ୍ଗି ଦିଆଯାଉଛି। ଅନୁମାନ ଅନୁସାରେ, ୧୦ ହଜାରରୁ ଅଧିକ ଗ୍ରାହକଜବଦସ୍ତି ଲଗା ଯାଇଥିବା ଏହି ମିଟର ଫିଙ୍ଗି ଦେଇଛନ୍ତି। ଖାଉଟିଙ୍କ ବିନା ଅନୁମତିରେ ଖାଉଟିଙ୍କ ଟଙ୍କାରେ ଏହି ମିଟରଲଗାଇବା ଅଧିକାର ଟାଟା କମ୍ପାନିକୁ କିଏ ଦେଲା ବୋଲି ପ୍ରଶ୍ନ ହେଉଛି। ସେଥିରେ ପୁଣି ଯେଉଁ ବିଲ ଆସୁଛି ସେଥିରେପରିବାର ଆର୍ଥିକ ମାନଦଣ୍ଡ ଭାଙ୍ଗି ଯାଉଛି। ଚାଷୀଙ୍କ ନେତୃତ୍ବରେ ବରଗଡ଼ ଜିଲ୍ଲାରେ ଚାଲିଥିବା ସ୍ମାର୍ଟ ମିଟର ବିରୋଧୀଆନ୍ଦୋଳନରେ ସାଧାରଣ ଖାଉଟି ମଧ୍ୟ ଯୋଡ଼ି ହୋଇଛନ୍ତି। ବରଗଡ଼ ବାର ଆସୋସିଏସନ ଏହାକୁ ସମର୍ଥନ କିଛି। ସ୍ମାର୍ଟମିଟରକୁ ବିରୋଧ କାହିଁକି ଏବଂ ଚାଷୀ ଏହାକୁ ନେଇ କାହିଁକି ଲଢେଇ କରୁଛି ସେ ବିଷୟରେ କହିଛନ୍ତି ଚାଷୀନେତା ରମେଶ ମହାପାତ୍ର

 

ସ୍ମାର୍ଟ ମିଟରକୁ ବିରୋଧ କାହିଁକି

-ବିଜୁଳି ବିତରଣ ବ୍ୟବସ୍ଥା ଯେବେ ଠାରୁ ଆରମ୍ଭ ହୋଇଛି ବିଜୁଳି ଖର୍ଚ ଆକଳନ ପାଇଁ ବିଜୁଳି ସଂଯୋଗ ସହିତ ମିଟରରହିଥାଏ। ବିଜୁଳି ବିତରଣ ସଂସ୍ଥା ବଦଳିଲେ, ମିଟର ବଦଳି ଯାଏ। କିଛି ବର୍ଷ ପୂର୍ବରୁ ଡିଜିଟାଲ ମିଟର ଦିଆଯାଇଥିଲା, ସେତେବେଳେ କୁହାଯାଇଥିଲା, ଏହି ମିଟର ଜରିଆରେ ସଠିକ ବିଜୁଳି ଆକଳନ ହୋଇ ପାରିବ। ନୂଆଁ ସହିତ ଯେତେପୁରୁଣା ଗ୍ରାହକ ଥିଲେ, ଯାହାଙ୍କ ପୂର୍ବରୁ ମଧ୍ୟ ମିଟର ଥିଲା, ସେମାନେ ମଧ୍ୟ ଡିଜିଟାଲ ମିଟର ଲଗାଇଲେ। ଏଥିପାଇଁମାସକୁ ୪୦ ଟଙ୍କା ୮୦ ମାସ ପର୍ଯ୍ୟନ୍ତ ଦେଇଥିଲୁଁ। ସେହି ମିଟର ଅନୁସାରେ ଟଙ୍କା ନେଲେ। ଏବେ ପୁଣି ନୂଆଁ କମ୍ପାନି ଟାଟାଆସିଲା। ସେମାନେ ନିଜର ନୂତନ ମିଟର ଆଣିଲେ। ଏମାନେ ଖାଉଟିଙ୍କ ବିନା ଅନୁମତିରେ ଘରେ ସ୍ମାର୍ଟ ମିଟର ଲଗାଇଦେଉଛନ୍ତି। ଏଥିପାଇଁ ମଧ୍ୟ ଦେୟ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଛି। ୬୦ ମାସ ପର୍ଯ୍ୟନ୍ତ ୬୦ ଟଙ୍କା ଜବରଦସ୍ତି ନେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆହୁରି ପୁଣି କଣ ପାଇଁ ବିରୋଧ

-ସ୍ମାର୍ଟ ମିଟରରେ ୩ ସମସ୍ୟା ରହିଛି। ପ୍ରଥମତଃ ୯୦ ଦିନ ମଧ୍ୟରେ ଏହାର ବକେୟା ବାକି ରହିଲେ, ଗ୍ରାହକଙ୍କୁ ପୂର୍ବଚେତାବନୀ ଦିଆନଯାଇ ବିଜୁଳି କାଟି ଦିଆଯାଉଛି। ଗ୍ରାହକ ଏହି ବିଷୟରେ ଜାଣି ମଧ୍ୟ ପାରୁ ନାହାନ୍ତି। ପୂର୍ବରୁ ବିଭିନ୍ନକାରଣ ପାଇଁ ନିର୍ଦିଷ୍ଟ ସମୟ ମଧ୍ୟରେ ଗ୍ରାହକ ଦେୟ ଦେଇ ପାରୁନଥିଲେ, ତାଙ୍କୁ ଟଙ୍କା ପୈଠ ପାଇଁ କିଛି ସମୟ ମିଳୁଥିଲା।ବର୍ତ୍ତମାନ କୌଣସି ଅବଧି ନାହିଁ। ଅଟୋମେଟିକ ସବୁ କଟି ଯାଉଛି। ବକେୟା ୫ ହଜାର ବାକି ରହିଲେ, ଆପେ କଟିଯିବ।ଯାହା ଜଣାପଡ଼ୁଛି, ଆଗାମୀ ଦିନରେ ଏହି ବିଜୁଳି ମିଟର ପ୍ରି-ପେଡ୍ ହେବ।

ଚାଷୀଙ୍କ ବିରୋଧର ମୁଖ୍ୟ କାରଣ କଣ

  • ଚାଷ ବର୍ତ୍ତମାନ ଯାନ୍ତ୍ରୀକରଣ ହେଉଛି। ନିଜେ ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ବିଜୁଳିଖର୍ଚ ଅଧିକ ହେଉଛି। ପୁରୁଣା ମିଟରରେ ଯେଉଁ ବ୍ୟକ୍ତି ୫୦୦ରୁ ୬୦୦ ଟଙ୍କା ଦେଉଥିଲା, ଡିଜିଟାଲମିଟରରେ ୧ ହଜାର ଟଙ୍କା ଦେଲେ। ସ୍ମାର୍ଟ ମିଟରରେ କୌଣସି ଚାଷୀଙ୍କ ବିଲ ୩୦୦୦ ଟଙ୍କାରୁ କମ ଆସୁନାହିଁ। ବର୍ତ୍ତମାନ ସ୍ଥିତିରେ ସ୍ମାର୍ଟ ମିଟର ଲଗାଇବା ପରେ ଚାଷୀଙ୍କୁ ଏକର ହିସାବରେ ଜଳସେଚନ ପାଇଁ୧୫ରୁ ୧୭ ହଜାର ଟଙ୍କା ଦେବାକୁ ପଡ଼ୁଛି। ଜଳସେଚନ ପାଇଁତ ବିଜୁଳି ଆବଶ୍ୟକ ପଡ଼ୁଛି, ପାଣି ପାଇଁଏତେ ଖର୍ଚ କଲେ କେଉଁ ଚାଷୀ ଚାଷ କରିପାରିବ। ଏତେ ଟଙ୍କା ଚାଷୀ କେଉଁଠ ଆଣିବେ ବୋଲିପଚାରୁଛନ୍ତି।
  • ପ୍ରଶାସନ ସହିତ ହୋଇଥିବା ଆଲୋଚନାରେ ସଙ୍ଗଠନ ମୁଖ୍ୟତଃ କେଉଁ ବିନ୍ଦୂକୁ ଗୁରୁତ୍ବ ଦେଇଛି
  • ୪ଟି ପ୍ରସଙ୍ଗକୁ ନେଇ ପ୍ରଶାସନ ସହିତ ଆଲୋଚନା କରିଛୁଁ। ପ୍ରଥମତଃ ଜଳସେଚନ ଆଧାରରେ ବିଜୁଳି ବିଲନେବା ଉଚିତ। ଦ୍ବିତୀୟତଃ ଓଡ଼ିଶା ଗରିବ ରାଜ୍ୟ ହୋଇଥିବାରୁ ୩୦୦ ୟୁନିଟ ମାଗଣା ଦିଆଯାଉ।ତୃତୀୟତଃ ଓଡ଼ିଶାରେ ବିଜୁଳି ଉପଭୋକ୍ତାମାନେ ଅନେକ ପ୍ରକାରର ଅଟନ୍ତି। ଯଥା ଦିନଦୟାଲ ଉପାଧ୍ୟାୟବିଜୁଳି ଉପଭୋକ୍ତା, ବିଜୁ କୁଟିର ଯୋଜନା, ରାଜୀବ ଗାନ୍ଧି ଜ୍ୟୋତି ଯୋଜନା ଯେଉଁଠି ଗରିବଙ୍କୁ ୮୦ଟଙ୍କାରେ ପଙ୍ଖା ଏବଂ ବିଜୁଳି ଦେଉଥିଲେ। ଗରିବମାନଙ୍କୁ ରିହାତି ଏବଂ କିଛି ଲୋକଙ୍କୁ ମାଗଣାଦିଆଯାଉଥିଲା। ବର୍ତ୍ତମାନ ସମସ୍ତଙ୍କ ଘରେ ମିଟର ଲଗାଇ ସେହି ଅନୁଯାୟୀ ମାତ୍ରାଧିକ ବିଲ ଆଦାୟହେଉଛି। ଏହା ବନ୍ଦ ହେଉ। ଅନ୍ତୋଦୟ, ଅନ୍ନପୂର୍ଣ୍ଣା କି ବିପିଏଲ ଯିଏବି ହୋଇଥାଆନ୍ତୁ ଯେତେବି ଗରିବହୋଇଥାଆନ୍ତୁ ମାଗଣା କି ୮୦ ଟଙ୍କା ଦେଉଥିଲେ ସମସ୍ତେ ସର୍ବନିମ୍ନ ୫୦୦ ଟଙ୍କା ଦେଉଛନ୍ତି। ଯେଉଁଗରିବଙ୍କୁ ଗରିବ ବୋଲି ମାଗଣାରେ ଚାଉଳ ଦେଉଛ ସେ ୫୦୦ ଟଙ୍କାର ବିଜୁଳି ବିଲ କେଉଁଠୁ ଦେବ। ସେହିବିଲ ପୁଣି ବିଜୁଳି ଡ୍ୟୁଟି, ମ୍ୟାନେଜମେଣ୍ଟ ଡ୍ୟୁଟି, ମିଟର ଡ୍ୟୁଟି ଅଧିକାଂଶ ବିଜୁଳି ଖର୍ଚ ହୋଇନଥିବା ଦେୟଅଟେ। ଚତୁର୍ଥ ବିଜୁଳି କର୍ମଚାରୀ ବ୍ୟବହାରରେ ସୁଧାର କରନ୍ତୁ।
  •  

ପୂର୍ବରୁ ୮୦ ଟଙ୍କା ଦେଉଥିଲେ ଏବେ କେତେ ଦେଉଛନ୍ତି 

  • ହଜାର-ହଜାର ଗ୍ରାହକ ଅଛନ୍ତି। କେନପାଲିର ଜଣେ ଚାଷୀ ପୂର୍ବରୁ ୮୦ ଟଙ୍କା ଦେଉଥିଲେ। ଏବେପ୍ରଥମରେ ଗୋଟିଏ ମାସ ୧୭ ହଜାର, ଦ୍ବିତୀୟ ମାସରେ ୩୪ ହଜାର ବିଲ ଆସିଛି।  – କ୍ରମଶଃ
Scroll to Top