ଖଣି, କାରଖାନା ନେଇ ସାରିଛି ୧୦ ଜିଲ୍ଲାର ହଜାର-ହଜାର ଏକରର ଜଙ୍ଗଲ ଜମି

ରାଜସ୍ବ ବିଭାଗର ସୂଚନା ଅନୁସାରେ, ଖଣି ଏବଂ କାରଖାନା ପାଇଁ ପ୍ରଥମ ଥର ପାଇଁ ୭ ଜିଲ୍ଲାର ଜଙ୍ଗଲ କିସମ ଜମି ପାଇଁ ବିଭାଗ ଅନୁମୋଦିତ କରି ନାହିଁ। ଏହାପୂର୍ବରୁ ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟର ହଜାର-ହଜାରଏକର ଜମି ଅଧିଗୃହୀତ ହୋଇ ସାରିଛି। ଏଥିମଧ୍ୟରେ ରହିଛି, ରାୟଗଡ଼ାର ଉତ୍କଳ ଆଲୁମିନା ଲିମିଟେଡ ୧୦୯ ଏକର, ଆଦିତ୍ୟ ଆଲୁମିନିୟମ ପାଇଁ ୩୫ ଏକର, କଳାହାଣ୍ଡିର ବେଦାନ୍ତ ଆଲୁମିନା ରିଫାଇନରି ପାଇଁ ୧୫.୩୫ ଏକର, କେନ୍ଦୁଝରର ଗନ୍ଧମାର୍ଦନ ଆଇରନ ଓର ମାଇନ୍ସ ପାଇଁ ଦୁଇଟି ପର୍ଯ୍ୟାୟରେ ୧୪୦୯.୬୪୮୯ଏବଂ ୫୧୯.୭୪୭୨, ଏମଏସପି ଲିମିଟେଡ, ଶ୍ରୀ ଶିରକାଗୁଟୁ ଆଇରନ ଆଣ୍ଡ ମାଙ୍ଗାନିଜ ମାଇନ୍ସ ଅଫ ପ୍ରକାଶ ଇଣ୍ଡଷ୍ଟ୍ରି ପାଇଁ ୩.୮୩୩୨ ଏକର, ବ୍ରାଣ୍ଡ ଷ୍ଟିଲ ଆଣ୍ଡପାଓ୍ବାର ଲିମିଟେଡ ପାଇଁ ୬.୫୬ ଏକର, ଏମଏସପି ଲିମିଟେଡ ପାଇଁ ୧.୧୧ ଏକର, ଶ୍ରୀ ମେଟାଲିକ ଲିମିଟେଡ ପାଇଁ ୨୦.୨୨ ଏକର, ବଲାଙ୍ଗୀର ଜିଲ୍ଲାରଏକମାତ୍ର ବଡ଼ମାଳ ବାରୁଦ କାରଖାନା ପାଇଁ ୪୨୦୬.୯୬ ଏକର, ସମ୍ବଲପୁର ଜିଲ୍ଲାର ଆଦିତ୍ୟ ଆଲୁମିନିୟମ ପାଇଁ ୨୪୧ ଏକର, ଇଡ଼କୋର ୧.୦୫ ଏକର, ଅନୁଗୁଳର ରାଧିକାପୁର(ପଶ୍ଚିମ)କୋଲବ୍ଲକ ପାଇଁ ୪୮.୭୫୧ ଏକର, ନୟନି କୋଇଲା ଖଣି ପାଇଁ ୧୪୦.୧୮୦ ଏକର, ବୈତରଣୀ ପଶ୍ଚିମ କୋଲବ୍ଲକ ୫୯.୫୦୯୪ଏକର, ନାଲକୋର ୧୬୯.୧୭୭୯ ଏକର, ଜିନ୍ଦଲ ପାଓ୍ବାର ଲିମିଟେଡ ପାଇଁ ୨୧୮.୦୫୭ ଏକର, କୋଇଲା ଖଣି, ଜିଟିପିଏଲ ପାଇଁ ୧୩୨୨ ଏବଂ ୧୬.୨୬ ଏକରଲେଖାଏଁ, ମୟୂରଭଞ୍ଜର ବାଦାମ ଲୌହ ଖଣି, ଗୋରୁମହିସାଣି ଲୌହ ଖଣି, ଭୂଷଣ ଷ୍ଟିଲ ଏବଂ ରୁଙ୍ଗୁଟା ମାଇନ୍ସକୁ ମିଶାଇ ୨୦୮.୩୪ ହେକ୍ଟର, ଢେଙ୍କାନାଳ ସ୍ଥିତଓଟିପିସି ଥର୍ମାଲ ପ୍ଲାଣ୍ଟର ୯୫.୦୩ ଏକର, କଲ୍ୟାଣୀ ଷ୍ଟିଲ ଲିମିଟେଡ ପାଇଁ ୫୪୦.୯୮ ଏଖର, ଭଦ୍ରକ ସ୍ଥିତ ଓପିଜିସି, ଓପିସିଏଲ, ଏନଟିପିସି, ଡୁଲିଙ୍ଗ ଓସିପି, ଏମସିଏଲ ପାଇଁ ସମୁଦାୟ ୩୩୪୪.୬ ଏକର ଏବଂ ଝାରସୁଗୁଡ଼ା ସ୍ଥିତ ଏମସିଏଲର ବିଭିନ୍ନ ଖଣି, ଝାରସୁଗୁଡ଼ା ବିମାନବନ୍ଦର, ଇବ ଥର୍ମାଲ ପାଓ୍ବାର ଷ୍ଟେସନସମେତ ବିଭିନ୍ନ ପ୍ରକଳ୍ପ ପାଇଁ ୪୨୮୩.୨୯ ହେକ୍ଟର, କୋରାପୁଟର ନାଲକୋର ବକ୍ସସାଇଟ ମାଇନିଙ୍ଗ ପାଇଁ ୪୨୮୩.୨୯ ହେକ୍ଟର ଜଙ୍ଗଲ କିସମ ଜମି ଅଧିଗୃହୀତହୋଇ ସାରିଛି।  

Scroll to Top